ଶୋଭିତା ବିବାହରେ ପିନ୍ଧିବେ ସୁନାର ଶାଢୀ, ୱେଡିଂରେ ଦେଖିବାକୁ ମିଳିବ ତେଲୁଗୁ ସଂସ୍କୃତିର ପରମ୍ପରା

Published By : Prameya-News7 Bureau | November 21, 2024 IST

ମୁମ୍ଵାଇ ୨୧।୧୧; ଶୋଭିତା ଧୁଲିପାଲା ଖୁବ୍‌ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ସେ ନାଗାର୍ଜୁନଙ୍କ ପୁଅ ତଥା ତେଲୁଗୁ ତାରକା ନାଗା ଚୈତନ୍ୟଙ୍କୁ ବିବାହ କରୁଛନ୍ତି। ଉଭୟ ଡିସେମ୍ବର ୪ ରେ ସାତଫେରା ନେବେ। ଶୋଭିତା ତାଙ୍କ ବିବାହକୁ ବହୁତ ସାଂସ୍କୃତିକ ଏବଂ ଐତିହ୍ୟରେ ଭରିବାକୁ ଚାହୁଁଛନ୍ତି। ଏନେଇ ନିଜ ବିବାହ ପୋଷାକର ମଧ୍ୟ ଖୁବ୍‌ ଧ୍ୟାନ ନେଉଛନ୍ତି। କୁହାଯାଉଛି ଯେ ଶୋଭିତା ତାଙ୍କ ବିବାହରେ ସୁନାର ଶାଢୀ ପିନ୍ଧିବାକୁ ଯାଉଛନ୍ତି।

ଅଭିନେତ୍ରୀଙ୍କ ନିକଟ ସୂତ୍ରରୁ ପ୍ରକାଶ ଯେ, "ଶୋଭିତା ତାଙ୍କ ମା ସହିତ ସପିଂ କରିବା ସମୟରେ ସୁନାର ବ୍ରୋକେଡ୍ ସହିତ ଏକ ସୁନ୍ଦର କଞ୍ଜୀବରାମ ରେଶମ ଶାଢୀ ବାଛିଥିଲେ। ତାଙ୍କୁ ତାଙ୍କ ବିବାହରେ ପରମ୍ପରାକୁ ଫଲୋ କରୁଥିବା ଦେଖିବାକୁ ମିଳିବ। ତାଙ୍କ ଶାଢୀ ଚୈତନ୍ୟଙ୍କ ଡ୍ରେସ ସହ ମ୍ୟାଚିଂ ମଧ୍ୟ ହେବ ।  ଏହି ଦୁଇଟି ପୋଷାକ ଆନ୍ଧ୍ରପ୍ରଦେଶର ପଣ୍ଡୁରୁରେ ବୁଣା ହୋଇଛି ।

 ଏହା ବ୍ୟତୀତ ଶୋଭିତା ଏକ ସରଳ ଧଳାର ଖଦି ଶାଢୀ ମଧ୍ୟ କିଣିଛନ୍ତି। ସେ ତାଙ୍କ ବିବାହ ପାଇଁ ପ୍ରତ୍ୟେକ ପ୍ରସ୍ତୁତିର ଯତ୍ନ ନେଉଛନ୍ତି । ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିନରେ କୌଣସି ତ୍ରୁଟି ଚାହୁଁ ନାହାନ୍ତି । ଆସନ୍ତୁ କହିବାକୁ ଗଲେ ଶୋଭିତା ତେଲୁଗୁ ଐତିହ୍ୟର ଛାପ ତାଙ୍କ ବିବାହରେ ଦୃଶ୍ୟମାନ ହେବ । ତାଙ୍କୁ ସବୁବେଳେ ପାରମ୍ପାରିକ ପୋଷାକରେ ନଜର ଆସନ୍ତି। ନାଗା ଏବଂଶୋଭିତାଙ୍କ ବିବାହରେ କେବଳ ସେମାନଙ୍କର ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ରହିବେ ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.